ଦିଲ୍ଲୀରେ ପୁଣି ଏକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ମାମଲା ସାମ୍ନାକୁ ଆସିଛି । ୩୫ ବର୍ଷୀୟ ନାଇଜେରିୟା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି । ସମ୍ପୃକ୍ତ ଆକ୍ରାନ୍ତ ନାଇଜେରିୟାର ଦ୍ୱିତୀୟ ବ୍ୟକ୍ତି ଯିଏକି ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଥିବାବେଳେ ଦେଶରେ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି ଥିବା ଦିଲ୍ଲୀର ପ୍ରଥମ ମଙ୍କିପକ୍ସ ରୋଗୀକୁ ଗତକାଲି ଡିସଚାର୍ଜ କରାଯାଇଛି। ପଶ୍ଚିମ ଦିଲ୍ଲୀର ଏହି ୩୪ ବର୍ଷୀୟ ବ୍ୟକ୍ତି ଗତ ମାସ ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ସମେତ ୧୪ ଜଣଙ୍କୁ ଆଇସୋଲେଟ କରାଯାଇଥିଲା । କିନ୍ତୁ କାହାଠାରେ ବି ମଙ୍କିପକ୍ସ ଲକ୍ଷଣ ସାମ୍ନାକୁ ଆସିନଥିଲା ।