ଚୋରି ଅଭିଯୋଗ ରେ ଯୁବକ ଗିରଫ

ପାଟଣା, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଳା ପାଟଣା ଥାନା ବେଗେନା ଗ୍ରାମର ଜଣେ ଯୁବକଙ୍କୁ ଆଜି ପାଟଣା ପୁଲିସ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ହେଉଛନ୍ତି ରାଜ କିଶୋର ନାଏକ(୨୦)। ରାଜକିଶୋର ୪ ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ଗ୍ରସୋରୀ ଦୋକାନ ତାଲା ଭାଙ୍ଗି ୫ ହଜାର ଟଙ୍କା ଚୋରି କରିଥିବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପାଟଣା ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।