ରିଜର୍ଭ ପୁଲିସ ପରିସରରେ ଦୁର୍ଗା ମଣ୍ଡପ ଉଦଘାଟିତ

  • ବଲାଙ୍ଗିର, ଏନ୍ଏନ୍ଏସ୍: ସ୍ଥାନୀୟ ମନହୋରପୁରସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ରବିବାର ନବନିର୍ମିତ ଦୁର୍ଗା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମଣ୍ଡପ ଉଦଘାଟନ କରିଥିବାବେଳେ ଜିଲ୍ଲାପାଳ ଚଞ୍ଚଳ ରଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଉପସ୍ଥିତ ଥିଲେ। ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଏହି ମଣ୍ଡପ ନିର୍ମାଣ ଶୈଳୀ ଏବଂ ପାଣ୍ଠିର ସଠିକ୍ ବିନିଯୋଗକୁ ନେଇ ବିଧାୟକ ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ। ଏହି ଅବସରରେ ଦୁର୍ଗା ମଣ୍ଡପ ପରିସରରେ ୩ଟି ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉପଢୌକନ ଦେଇ ଆରକ୍ଷୀ ଅଧିକ୍ଷକ ସମ୍ମାନିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ସେଠାରେ ଥିବା ଇନ୍ଡୋର ବ୍ୟାଡମିଣ୍ଟନ ହଲ୍ର କାଠ ନିର୍ମିତ ଚଟାଣ ଉପରେ ଏକ ସିନ୍ଥେଟିକ ମେଟ୍ର ଆବଶ୍ୟକତା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମିଶ୍ର ବିଧାୟକ ପାଣ୍ଠିରୁ ଏଥିପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦିଆଯିବା ସହ ରିଜର୍ଭ ପୁଲିସ ପରିସରରେ ଆଲୋକିକରଣ ପାଇଁ ଏକ ହାଇମାଷ୍ଟ ଲାଇଟ ଅତିଶୀଘ୍ର ସ୍ଥାପନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ପ୍ରଧାନ, କମାଣ୍ଡେଣ୍ଟ କୁମୁଦ ସେଠ, ସଦର ଏସ୍ଡିପିଓ ତୁଫାନ ବାଗ, ସଦର ଥାନାଧିକାରୀ ଶ୍ରୀକାନ୍ତ ସାହୁ, ରିଜର୍ଭ ସରଜେଣ୍ଟ ଅମିତ କିର୍ତ୍ତନିଆ ପ୍ରମୁଖ ଉପସ୍ଥିତ ଥିଲେ।