ଆପୋଲ ବିଲ୍‌ଡ଼ର ଦୀପକ ମହାନ୍ତି ଗିରଫ, ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବାନ୍ଧିଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆପୋଲ ବିଲଡ଼ର ଗିରଫ। ଆପୋଲ ବିଲଡ଼ର ଦୀପକ ମହାନ୍ତିଙ୍କୁ ଗିରଫ କଲା କମିସନରେଟ୍‌ ପୁଲିସ। ହିତାଧିକାରୀଙ୍କୁ ଠକିଥିବା ଅଭିଯୋଗରେ ଗିରଫ କରିଛି କମିସନରେଟ୍‌ ପୁଲିସ।

ଖବର ଅନୁଯାୟୀ, ୨୦୧୫ ମସିହାରେ ବ୍ରହ୍ମପୁରର ହିତାଧିକାରୀଙ୍କ ଠାରୁ ଘର ଓ ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲେ। ଏହାପରେ କୌଣସି ଘର କିମ୍ବା ଜମି ଯୋଗାଇଦେଇନଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ପୁଲିସର ଆଶ୍ରୟ ନେଇଥିଲେ। କମିସନରେଟ୍‌ ପୁଲିସ ଘଟଣାରେ ତଦନ୍ତ କରି ଆପୋଲ ବିଲ୍‌ଡ଼ର ଦୀପକ ମହାନ୍ତିଙ୍କୁ ଗିରଫ କରିଛି। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି କମିସନରେଟ୍‌ ପୁଲିସ।