ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦୀ, ପଛରେ ପଡିଲେ ଆମେରିକା ଓ ଲଣ୍ଡନ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ବିର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ। ଭାରତର ଶାସନ ମଙ୍ଗ ଧରିବା ପରଠୁ ମୋଦୀଙ୍କ ଲୋକପ୍ରିୟତା ବଢି ଚାଲିଛି। ପୂର୍ବରୁ ମୋଦୀ ନମ୍ବର ୱାନ ଲୋକପ୍ରିୟ ନେତା ଭାବେ ପ୍ରଶଂସା ସାଉଁଟି ଥିବାବେଳେ ଚଳିତ ବର୍ଷ ମଧ୍ୟ ତାଙ୍କର ସ୍ଥାନ ଅବ୍ୟାହତ ରହିଛି। ମର୍ଣ୍ଣିଂ କନ୍ସଲ୍ଟ ଏଜେନ୍ସିର ଏକ ସର୍ଭରୁ ଏହା ଜଣାଯାଇଛି। ନିକଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ଇସ୍ରାଏଲର ସବୁଠୁ ଲୋକପ୍ରିୟ ବ୍ୟକ୍ତି ବୋଲି କହିଥିଲେ।

ସୂଚନାଯୋଗ୍ୟ, ଗ୍ଲୋବାଲ ଲିଡର ଟ୍ରାକରରେ ମୋଦୀଙ୍କୁ ସର୍ବାଧିକ ୭୦ ପ୍ରତିଶତ ରେଟିଂ ମିଳିଛି। ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ୬୬ ପ୍ରତିଶତ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୫୮ ପ୍ରତିଶତ ରେଟିଂ ସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ତୃତୀୟ ସ୍ଥାନରେ, ୫୪ ପ୍ରତିଶତ ସହ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ଚତୁର୍ଥ ସ୍ଥାନରେ, ୪୭ ପ୍ରତିଶତ ରେଟିଂ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ପଞ୍ଚମ ସ୍ଥାନରେ ଥିବାବେଳେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ସ୍ଥାନରେ ରହିଛନ୍ତି।

ଏହି କ୍ରମରେ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ ୪୩ ପ୍ରତିଶତ ରେଟିଂ ସହ ବିଶ୍ୱର ସପ୍ତମ ଲୋକପ୍ରିୟ ନେତା ହୋଇଛନ୍ତି ଏବଂ ତାଙ୍କ ପଛକୁ ଦକ୍ଷିଣ କୋରିଆ ନେତା ମୁନ ଜେ ଇନ ଏବଂ ୧୦ ନଂରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ରହିଛନ୍ତି।

ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ‘କୂ’ ଆପ ଯୋଗେ ମୋଦୀଙ୍କ ଏହି ଲୋକପ୍ରିୟତା ବାବଦରେ ସୂଚନା ଦେଇଛନ୍ତି। କହିରଖୁଛୁ କି, ମର୍ଣ୍ଣିଂ କନ୍ସଲ୍ଟ ପଲଟିକାଲ ଏଜେନ୍ସି ଦ୍ୱାରା ଏହି ସର୍ଭେ କରାଯାଇଛି। ଏହି ଏଜେନ୍ସି ଦ୍ବାରା ପ୍ରତ୍ୟେକ ବର୍ଷ ବିଶ୍ୱର ୧୩ଟି ରାଷ୍ଟ୍ରର ନେତାଙ୍କ ରେଟିଂ କରାଯାଇଥାଏ। ଯେଉଁଥିରେ ଭାରତ, ବ୍ରାଜିଲ, ଆମେରିକା, ବ୍ରିଟେନ, ଜାପାନ, ଇଟଲୀ, ମେକ୍ସିକୋ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ କାନାଡା ଅନ୍ତର୍ଭୁକ୍ତ।