ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଣ୍ଟି ହାଇଜାକ୍ ମକ୍ ଡ୍ରିଲ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଣ୍ଟିି ହାଇଜାକ୍ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ବିମାନବନ୍ଦର ଭିତରକୁ ପଶି ଆସି ବିମାନ ଅପହରଣ କରିବାକୁ ପ୍ରୟାସ କଲେ କିମ୍ବା କୌଣସି ଆତଙ୍କୀ କାର୍ଯ୍ୟକଳାପ କଲେ ତାକୁ କିପରି ରୋକାଯାଇ ପାରିବ ସେନେଇ ଏହି ମକ୍ ଡ୍ରିଲରେ ଅଭ୍ୟାସ କରାଯାଇଛି। ଉକ୍ତ ମକ୍ ଡ୍ରିଲ ସମୟରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି, ମୁଖ୍ୟ ସୁରକ୍ଷା ଅଧିକାରୀ ସୁବାଷ ଭୋଇ ଓ ଅଗ୍ନିଶମ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ। ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଶତ୍ରୁ ସହ ମୁକାବିଲା କରି ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ସହ ବିମାନବନ୍ଦର କର୍ତୃପକ୍ଷ କେଉଁ ପଦକ୍ଷେପ ଗ୍ରହଣ କରିବେ ସେବିଷୟରେ ପ୍ରତିବର୍ଷ ବିମାନବନ୍ଦରଗୁଡ଼ିକରେ ଏପରି କର୍ମଶାଳା ଆୟୋଜନ କରାଯାଏ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି।