ପରୀ ହତ୍ୟା ମାମଲାରେ ଦାଏର ହେଲା ଆଉ ଏକ ମିସକେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ ଯଦୁପୁରର ପାଞ୍ଚ ବର୍ଷର ଝିଅ ପରୀ ହତ୍ୟା ମାମଲାରେ ଆଉ ଏକ ମିସକେସ୍ ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମିସକେସ୍ ଦାଏର ହୋଇଛି। ଏଫଆଇଆରରେ ନାମ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ୍ ଟେଷ୍ଟ କରିବା ସହିତ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଆବେଦନ ହୋଇଛି।