ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୬ ଜଣ ସରକାରୀ କର୍ମଚାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଓ କାର୍ଯ୍ୟରେ ଅପାରଗତା ଯୋଗୁଁ ଏହି ୬ ଜଣଙ୍କୁ ଅବସର ଦିଆଯାଇଛି। ଏଥିରେ ୪ ଜଣ ଇଂଜିନିୟର ଏବଂ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି। ସେମାନେ ହେଲେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା, କଟକ ଆର ଆଣ୍ଡ ବି କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର ଆର ଆଣ୍ଡ ବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବ୍ରାଞ୍ଚ ମ୍ୟାନେଜର ଜୟଦୀପ ପଟ୍ଟନାୟକ ଓ ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍।