ନବରଙ୍ଗପୁର,ଏନ୍ଏନ୍ଏସ୍: ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ନବରଙ୍ଗପୁର ପକ୍ଷରୁ ବାର୍ଷିକ ଉତ୍ସବ, ପୁସ୍ତକ ଉନ୍ମୋଚନ, ସାରସ୍ୱତ ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ରଙ୍ଗ ନାୟକ, ମୁଖ୍ୟବକ୍ତା ଭାବେ ସୁରେନ୍ଦ୍ର ବେହେରା, ସମୀକ୍ଷକ ଭାବେ ଡା. ବିଜୟ କୁମାର ମିଶ୍ର ଓ ଡା. ସାନା ସାହୁ ଅଂଶଗ୍ରହଣ କରିଥିଲେ । ପ୍ରାବନ୍ଧିକ ନାରାୟନ ପଣ୍ଡାଙ୍କ ସଭାପତିତ୍ୱରେ ଶିକ୍ଷାବିତ ଡା. ରାଧାନାଥ ବେହେରା, ନାଟ୍ୟ ନିର୍ଦ୍ଦେଶକ ଜଗନ୍ନାଥ ବେହେରା ଓ ମନୋଜ ପଟ୍ଟନାୟକଙ୍କ ସମେତ ଶତାଧିକ କବି ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ । ଗବେଷକ ଶ୍ରୀ ରଙ୍ଗ ନାୟକଙ୍କ ପୁସ୍ତକ ‘ବିକ୍ରମ ଦେବ’ ଓ ‘ସୂର୍ଯ୍ୟ ବଂଶ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ରଜନୀ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।