ମହାମାରୀ ତାଲିକାରୁ ହଟିଲା କରୋନା

ନୂଆଦିଲ୍ଲୀ: କରୋନାକୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଡବ୍ଲ୍ୟୁଏଚଓ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । କରୋନା ଏବେ ମହାମାରୀ ତାଲିକାରୁ ହଟିଯାଇଛି । କରୋନା ସରିଯାଇଥିବା ନେଇ ଡବ୍ଲ୍ୟୁଏଚଓ ଘୋଷଣା କରିଛି । ଏନେଇ ଜରୁରୀକାଳୀନ କମିଟିର ୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଡା. ଟେଡରୋସ କହିଛନ୍ତି ଯେ, କାଲି ଜରୁରୀକାଳୀନ କମିଟିର ବୈଠକ ହୋଇଥିଲା । କରୋନାକୁ ମହାମାରୀ ତାଲିକାରୁ ବାଦ ଦେବା ନେଇ ଘୋଷଣା କରିବାକୁ ମୋତେ କୁହାଯାଇଥିଲା । ଆଉ ମୁଁ ତାଙ୍କ ପରାମର୍ଶ ମାନିନେଲି ।