ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଥିବା ପୋଷ୍ଟ ଗ୍ରାଜୁଏଟ ମେନ୍ସ ହୋଷ୍ଟେଲ ପରିଦର୍ଶନ କରିଛନ୍ତି । ଏହି ସମୟରେ ରାହୁଲ ଛାତ୍ରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଛାତ୍ରମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ ଭବିଷ୍ୟତ ଯୋଜନା ସମୟରେ ରାହୁଲ ପଚାରି ବୁଝିଥିଲେ । ଛାତ୍ରଙ୍କ ସହ ରାହୁଲ ଦ୍ୱିପ୍ରହର ଭୋଜନ ମଧ୍ୟ ଗ୍ରହଣ କରିଥିଲେ । ୨ଟାରେ କ୍ୟାମ୍ପସ ପହଞ୍ଚିଥିବା ରାହୁଲ ସେଠାରେ ପ୍ରାୟ ୧ ଘଣ୍ଟା ବିତାଇଥିଲେ ।
ସୂଚନାଯୋଗ୍ୟ, ଆମେରିକା ଯିବା ପୂର୍ବରୁ ରାହୁଲ ଗାନ୍ଧୀ ବର୍ଷକ ପାଇଁ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ସ କଲେଜରେ ପଢ଼ିଥିଲେ ।