ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। କରୋନା କଟକଣା ମାନି ଭୋଟରମାନେ ମତଦାନ କରିବେ। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ, ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲଟରେ ନିଜର ମତଦାନ କରିବେ। ଏଣୁ ପୋଷ୍ଟାଲ ବାଲଟରେ ଭୋଟ୍ ଦାନ କିପରି ସୁରୁଖୁରୁରେ କରାଯିବ ସେନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି।  ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ବାଚନରେ ନିୟୋଜିତ କର୍ମଚାରୀ ଘର ଘର ବୁଲି ଫର୍ମ-୧୨ ଯୋଗାଇ ଦେବେ। ଯେଉଁମାନେ ଚାହିଁବେ ସେମାନେ ପୋଷ୍ଟାଲ ବାଲାଟରେ ଭୋଟ ଦେବା ଲାଗି ୧୪ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଆବେଦନପତ୍ର ଦେଇଦେବେ।