ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ: ଆଜିଠୁ ବସିବ ବୈଠକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାଧାରଣ ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର। ଏନେଇ ଆଜିଠୁ ପର୍ଯ୍ୟାୟକ୍ରମେ ବସିବ ଶ୍ରୀମନ୍ଦିର ପ୍ରଶାସନ ବୈଠକ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ପ୍ରସ୍ତାବ ସମ୍ପର୍କରେ ବୈଠକରେ ଆଲୋଚନା ହେବ। ବୈଠକରେ ମତାମତ ସଂଗ୍ରହ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ। ଏଥିରେ ବିଭିନ୍ନ ନିଯୋଗ ଏବଂ ବରିଷ୍ଠ ସେବାୟତ ସାମିଲ ହେବେ। ତାଙ୍କ ସହ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ। ପ୍ରଥମେ ଆଜି ଏବଂ ତାପରେ ୧୨ରୁ ୧୬ ତାରିଖ ଯାଏଁ ପ୍ରତିଦିନ ବିଚାରବିମର୍ଶ କରାଯିବ ବୋଲି ସମୟ ନିର୍ଦ୍ଧାରଣ କରାଯାଇଛି।