ତିରୁମାଲା,ଏଜେନ୍ସି: କରୋନା ଭାଇରସ ଚାରିଆଡେ କାୟା ବିସ୍ତାର କରିଥିବାବେଳେ ତିରୁପତି ମନ୍ଦିରର ୧୪ ପୂଜକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ୧୪ ଜଣ ପୂଜକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ ଗୁରୁବାର ମନ୍ଦିରର ପୂଜକ, ସ୍ୱାସ୍ଥ୍ୟ ଓ ଭିଜିଲାନ୍ସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ତାଙ୍କ ସୂଚନାନୁଯାୟୀ ଗତ ଜୁଲାଇ ୧୦ ତାରିଖରେ ତିରୁମାଲାରେ ୧୮୬୫ ଟିଟିଡି କର୍ମଚାରୀ, ଅଲିରିରେ ୧୭୦୪ ଟିଟିଡି କର୍ମୀ ଓ ୬୩୧ ଜଣ ଭକ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ଏଯାବତ୍ ତିରୁମାଲାରେ ମୋଟ୍ ୯୯ ଜଣ ଟିଟିଡି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂତ୍ରରୁ ପ୍ରକାଶ।