ଡା. ଶାମିଙ୍କୁ ଧନ୍ୟବାଦ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଭାରତ ୱାର୍ଲ୍ଡକପ ୨୦୨୩ର ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଉକ୍ତ ମ୍ୟାଚରେ ମୋହମ୍ମଦ ଶାମି ମଧ୍ୟ ୱାଲ୍ଡକପରେ ୭ଟି ୱିକେଟ ନେବାରେ ଇତିହାସ ରଚିଛନ୍ତି । ଇତିମଧ୍ୟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶାମିଙ୍କ ପ୍ରଶଂସା କରିବାରେ ନିଜକୁ ରୋକି ପାରିନାହାନ୍ତି ।

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଜାଳିଆ ଅନ୍ଦାଜରେ ଲେଖିଛନ୍ତି ଯେ, ଯଦି କୌଣସି ଦେଶର ରକ୍ତଚାପ ମାପିବାର ଉପାୟ ଥାନ୍ତା ତା’ହେଲେ ମିଶେଲ ମାର୍ବଲ ହିରୋ ହେବାର ପ୍ରତିଶ୍ରୁତି ଦେଇଥିଲେ ବଢ଼ି ଯାଇଥାନ୍ତା । କିନ୍ତୁ ଡା. ଶାମି ଆପଣଙ୍କୁ ଧନ୍ୟବାଦ । ଆଜି ରାତି ଆମେ ଶାନ୍ତିରେ ଶୋଇପାରିବୁ ।