ଫାଇନାଲ ମୁକାବିଲା ଦେଖିବାକୁ ଯାଇପାରନ୍ତି ମୋଦୀ

ନୂଆଦିଲ୍ଲୀ: ସେମିଫାଇନାଲ ମୁକାବିଲାରେ ଭାରତୀୟ ଟିମ୍ ଶାନଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ମୁକାବିଲା ଆସନ୍ତା ୧୯ ତାରିଖ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହାପୂର୍ବରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ଫ୍ୟାନଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫାଇନାଲ ମୁକାବିଲା ଦେଖିବାକୁ ଯାଇପାରନ୍ତି ବୋଲି ସୂଚନା ମିଳିଛି । କିନ୍ତୁ ଏହି ଖବର ଉପରେ କୌଣସି ମୋହର ଲାଗିନାହିଁ । ଏହାସତ୍ତ୍ୱେ ଯଦି ମୋଦୀ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତି ତେବେ ଭାରତୀୟ ଖେଳାଳିଙ୍କ ମନୋବଳ ନିଶ୍ଚିତ ରୂପେ ବଢ଼ିବ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ପାକିସ୍ତାନ ବିରୋଧରେ ଖେଳାଯାଇଥିବା ମ୍ୟାଚ ଦେଖିବା ପାଇଁ ପଡ଼ିଆରେ ମହଜୁଦ ଥିଲେ ।