୨୧୨ରେ ଦକ୍ଷିଣଆଫ୍ରିକା ଧରାଶାୟୀ

କୋଲକାତା: ୱାର୍ଲ୍ଡକପ ୨୦୨୩ର ୨ୟ ସେମିଫାନାଲରେ ଅଷ୍ଟ୍ରେଲିଆ ସମ୍ମୁଖରେ ଦକ୍ଷିଣଆଫ୍ରିକା ୨୧୨ ରନରେ ଧରାଶାୟୀ ହୋଇଯାଇଛି । ପ୍ରଥମରୁ ଦକ୍ଷିଣଆଫ୍ରିକା ଉପରେ ଅଷ୍ଟ୍ରେଲିଆ ଚାପ ପକାଇଥିଲେ ମଧ୍ୟ ଡେଭିଡ ମିଲର ୧୦୧ ରନର ଲଢ଼ୁଆ ପାଳି ଖେଳିଥିଲେ । ୨୪ ରନରେ ୪ଟି ୱିକେଟ ହରାଇଥିବା ସାଉଥଆଫ୍ରିକା ଟିମର ଡୁବୁଥିବା ନୌକାକୁ ମିଲର ଓ ହେନେରି କ୍ଲାସେନଙ୍କ ୯୫ ରନର ପାର୍ଟନରସିପ ସାହାରା ଦେଇଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପେଟ କ୍ୟୁମିନ୍ସ ଓ ମିଚେଲ ଷ୍ଟାର୍କ ୩ଟି ଲେଖାଏଁ ୱିକେଟ ନେଇଥିଲେ ।