ଆମୱେ ଇଣ୍ଡିଆର ନୂଆ ଅଭିଯାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ଜନସାଧାରଣଙ୍କୁ ଉତ୍ତମ ଜୀବନ, ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ନିମନ୍ତେ ସହାୟତା କରିବା ନେଇ ଏହା ରଖିଥିବା ଲକ୍ଷ୍ୟ ମୁତାବକ ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଆମୱେ ଇଣ୍ଡିଆ, ସମଗ୍ର ଭାରତରେ ତାହାର ନଅଟି ସହଭାଗୀ ଏନଜିଓଙ୍କ ସହିତ ମିଶି ଅବହେଳିତ ପିଲାମାନଙ୍କ ମଧ୍ୟରେ ସୁସ୍ଥ ଜୀବନ, ପୋଷଣ ଏବଂ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି।

ଏହାର କର୍ପୋରଟ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସନରାଇଜ’ ଅଧୀନରେ ନିଜର ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ୱରୂପ ଆରମ୍ଭ କରୁଥିବା ଏହି ନୂଆ ଅଭିଯାନ ‘ସୁସ୍ଥ ଶରୀର ସୁସ୍ଥ ମନ’ କୋମଳମତି ପିଲାଙ୍କୁ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ବିଷୟ ଉପରେ ଆଧାରିତ କୌତୁକପୂର୍ଣ୍ଣ କାର୍ଯ୍ୟକଳାପରେ ନିୟୋଜିତ ରଖିବା ଉପରେ ଦୃଷ୍ଟିନିବଦ୍ଧ କରୁଛି।