ଅମିତାଭଙ୍କ ୪ଟି ବଙ୍ଗଳା ସିଲ୍

ମୁମ୍ବାଇ,ଏଜେନ୍ସି: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରର ଚାରିଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଏମସି ସେମାନଙ୍କର ଚାରୋଟି ବଙ୍ଗଳା (ଜନକ, ବତ୍ସ, ପ୍ରତୀକ୍ଷା ଏବଂ ଜଲସା)କୁ ସିଲ୍ କରି ସମଗ୍ର ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅମିତାଭ ବଚ୍ଚନଙ୍କ ପରିବାର ସଂସ୍ପର୍ଶରେ ମୋଟ୍ ୩୦ ଜଣ ଆସିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଛି। ରିପୋର୍ଟ କିନ୍ତୁ ଆସିନାହିଁ। ଏଥିସହିତ ବିଗ ବି ଙ୍କ ପରିବାର ସଦସ୍ୟ ଶ୍ୱେତା ନନ୍ଦା, ଅଗସ୍ତ୍ୟ ନନ୍ଦା, ନାବୟା ନାଭେଲି, ଜୟା ବଚ୍ଚନ କରୋନାରେ ସଂକ୍ରମିତ ହୋଇନଥିବା ଜଣାପଡିଛି।