ପୁଲିସ ହାତରେ ଧରାପଡ଼ିଲା ମାଲେସିଆ

ଫୁଲବାଣୀ, ତୁମୁଡ଼ିବନ୍ଧ, ବେଲଘର,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ସାରପାଟା ଗ୍ରାମର ମାଓ ସମର୍ଥକ ଭିମା ଦିଗାଳକୁ ଆଜି ତୁମୁଡ଼ିବନ୍ଧ ପୁଲିସ ଗିରଫ କରିଛି। ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହେଲଗୁଡା ଜଙ୍ଗଲରେ ମାଓବାଦୀ ଓ ପୁଲିସ୍ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଯୋଗୁଁ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୬ ତାରିଖ ମଧ୍ୟ ପୁଣିଥରେ ପୁଲିସ୍-ମାଓବାଦୀ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ମାଓବାଦୀଙ୍କ ମୃତ୍ୟ ହୋଇଥିଲା। ସେହିଦିନ ଠାରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ ଜୋରଦାର କରୁଥିବା ବେଳେ ଆଜି ଉକ୍ତ ମାଲେସିଆକୁ ଗିରଫ କରାଯାଇଛି। ପୁଲିସକୁ ମିଳିଥିବା ଏହି ସଫଳତା ପରେ ସୁରକ୍ଷାକର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି।