ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି। ଡା.ନାୟକ ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ ରାୟଗଡ଼ା ସହରର କସ୍ତୁରୀନଗରସ୍ଥିତ ଓଏମପି ଛକ ନିକଟରେ ରହୁଥିଲେ। ତାଙ୍କ ବୟସ ୭୨ ବର୍ଷ। ଅନ୍ୟଜେଣ ୬୦ ବୟସ୍କା ବୃଦ୍ଧା ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକର ଢେପାଗୁଡାର ବୋଲି ସୂଚନା ମିଳିଛି। ସମ୍ପୃକ୍ତ ବୃଦ୍ଧାଙ୍କ ସ୍ୱାବ୍ ରିପୋର୍ଟ ଆସିବା ପୂବର୍ରୁ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଲାରେ ଆଜିର ୨ ଜଣଙ୍କୁ ମିଶାଇ ୧୪୧ ଜଣ କରୋନା ପଜିଟିଭ ଚିକିତ୍ସାଧୀନ ଅଛନ୍ତି।