ହିମାଚଳରେ ବାଜିଲା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଗୋଟିଏ ଚରଣରେ ହେବାକୁ ଥିବା ନିର୍ବାଚନରେ ନଭେମ୍ବର ୧୨ରେ ମତଦାନ ହେବ । ସେପ୍ଟେମ୍ବର ୮ ତାରିଖରେ ଭୋଟ ଗଣନା ହେବ । ନିର୍ବାଚନ ପାଇଁ ଅକ୍ଟୋବର ୧୭ରେ ଅଧିସୂଚନା ଜାରି ହେବ । ଅକ୍ଟୋବର ୨୫ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ସହ ୨୯ ତାରିଖ ପର୍ଯ୍ୟନ୍ତ ନାମ ପ୍ରତ୍ୟାହାର କରିବ ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଭାରତ ନିର୍ବାଚନ ଆୟୋଗ ଠିକ୍ ଭାବେ ନିର୍ବାଚନ କରିବା ପାଇଁ ପ୍ରତିବଦ୍ଧ। କରୋନା ଏବେ ଚିନ୍ତାର ବିଷୟ ହୋଇନଥିଲେ ମଧ୍ୟ ସାବଧାନତା ଅବଲମ୍ବନ କରାଯିବ । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ରେମ୍ପ ଓ ପାନୀୟ ଜଳ ସହ ଅନ୍ୟ ସୁବିଧା ଉପଲବ୍ଧ କରାଯିବ ।