ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ୧୮ରେ ସର୍ବଦଳୀୟ ବୈଠକ ଡାକରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୧୮ରେ ଏକ ସର୍ବଦଳୀୟ ବୈଠକ ଡାକରା ଦିଆଯାଇଛି। କରୋନା ମହାମାରୀ ସମୟ ହୋଇଥିବାରୁ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, ସେନେଇ ଆଲୋଚନା କରିବାକୁ ଏହି ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୁଧବାର ଦିନ ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଏଥିରେ ପ୍ରଶ୍ନକାଳ ରହିବ କି ନାହିଁ ସେ ନେଇ ଆଲୋଚନା ହେବ। ଏହାଛଡ଼ା ଉପନିର୍ବାଚନରେ ବିଜୟୀ ହୋଇଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଶପଥ ଗ୍ରହଣ କରିବେ।