ନବଗାଁବର ସହିଦ ଇନ୍ସପ୍ଟେରଙ୍କ ପତ୍ନୀକୁ ସରକାରୀ ଚାକିରି ଦେଲେ ଶାହ

ଜମ୍ମୁ-କଶ୍ମୀର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଶୀନଗର ପହଂଚିବା ପରେ ସିଧାସଳଖ ନବଗାଁବ ପହଂଚିଥିଲେ। ସେଠାରେ ସହିଦ ଇନ୍ସପେକ୍ଟର ପରବେଜ ଅହମ୍ମଦ ଧରଙ୍କ ପରିବାରକୁ ଭେଟିଥିଲେ। ସହିଦଙ୍କ ପତ୍ନୀ ଫତିମାଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନରେ ଚାକିରି ଦେଇଥିଲେ। ଏହିି ସମୟରେ ଫତିମାଙ୍କୁ ଶାହ ନିଯୁକ୍ତ ପତ୍ର ମଧ୍ୟ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ଅମିତ ଶାହ ଜମ୍ମୁ-କଶ୍ମୀର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଶାହ ଶ୍ରୀନଗର ଏୟାପୋର୍ଟରେ ପହଞ୍ଚିବା ପରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ। ସେଠାରେ ଜମ୍ମୁ-କଶ୍ମୀରର ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।