ଟି-୨୦ ବିଶ୍ୱକପ୍: କାଲି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍, ମୁକାବିଲା ପାଇଁ ଟିମ୍ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ଟି-୨୦ ବିଶ୍ୱ କପ୍ ମ୍ୟାଚ୍ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ପ୍ରଥମ ପାଳିରେ ଭାରତ ପାକିସ୍ତାନକୁ ଭେଟିବ। ତେବେ ଏହି ହାଇଭୋଲଟେଜ ମ୍ୟାଚକୁ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି। ଏହି ମଧ୍ୟରେ ପାକିସ୍ତାନ ଭାରତ ବିରୋଧରେ ମ୍ୟାଚ ଖେଳିବାକୁ ୧୨ ଜଣିଆ ଟିମର ଘୋଷଣା କରିଛି।

ପାକିସ୍ତାନ ତାର ଦୁଇ ଅଭିଜ୍ଞ ଖେଳାଳି ଶୋଏବ ମଲିକ ଓ ମୋହମ୍ମଦ ହଫିଜକୁ ଏହି ମୁକାବିଲା ପାଇଁ ଚୟନ କରିଛି। ଏଥିସହିତ ଟିମରେ ବାବର ଆଜମ (ଅଧିନାୟକ), ରିଜବାନ, ଫଖର ଜମାନ, ମୋହମ୍ମଦ ହଫିଜ, ଶୋଏବ ମଲିକ, ଆସିଫ ଅଲ୍ଲି, ହେଦର ଅଲ୍ଲି, ଇମାଦ ବସିମ୍, ଶାଦାବ ଖାନ, ହସଲ ଅଲ୍ଲି, ଶାହିନ ଓ ହାରିସ ରଉଫ୍ ସ୍ଥାନ ପାଇଛନ୍ତି।

ଖେଳ ପୂର୍ବରୁ ଅଧିନାୟକ ବାବର ଆଜମ ଭର୍ଚ୍ଚୁଆଲ ମିଡ଼ିଆରେ କହିଛନ୍ତି କି ଆମର ମୁଖ୍ୟ ବଳ ହେଉଛି ବ୍ୟାଟିଂ, ଏବଂ ଗତ କିଛି ମାସ ହେବ ଆମ ଖେଳାଳିଙ୍କ ଫର୍ମ ଭଲ ରହିଛି। ଏବଂ ମୋର ବିଶ୍ୱାସ ଯେ ସେମାନେ ଭାରତ ବିରୋଧରେ ମଧ୍ୟ ଭଲ ପ୍ରଦର୍ଶନ କରିବେ।