ଅନନ୍ୟାଙ୍କୁ ଏଥିପାଇଁ ତାଗିଦ କଲେ ସମୀର ୱାଙ୍ଖଡେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶୁକ୍ରବାର ପଚରାଉଚୁରା କରିଛି। କିନ୍ତୁ ଅନନ୍ୟାଙ୍କୁ ୧୧ଟାରେ ହାଜର ହେବାକୁ ସମନ ଦିଆଯାଇଥିବା ବେଳେ ସେ ସାଢ଼େ ୩ଘଣ୍ଟା ବିଳମ୍ବରେ ପହଂଚିଥିଲେ। ସେଥିପାଇଁ ଏନସିବି ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ତାଗିଦ କରିଥିଲେ। ଦିନକ ପୂର୍ବରୁ ମଧ୍ୟ ତାଙ୍କୁ ୨ଟାରେ ପହଂଚିବାକୁ କୁହାଯାଇଥିଲେ ହେଁ ସେ ୪ଟାରେ ହାଜର ହୋଇଥିଲେ।

ସମୀର ୱାଙ୍ଖଡେ ଅଭିନେତ୍ରୀ ଅନନ୍ୟାଙ୍କୁ କହିଥିଲେ ଯେ, ତୁମକୁ ୧୧ଟା ବେଳେ ଡକାଯାଇଥିଲା ଆଉ ତୁମେ ଏବେ ଆସୁଛ। ଅଧିକାରୀ ତୁମ ଅପେକ୍ଷାରେ ବସି ନାହାନ୍ତି। ଏହା ତୁମର କୌଣସି ପ୍ରଡୋକ୍ସନ ହାଉସ ନୁହେଁ ଏହା ସେଣ୍ଟ୍ରାଲ ଏଜେନ୍ସିର ଅଫିସ। ଯେତେବେଳେ ଡକାଯାଉଛି ସେତେବେଳେ ପହଞ୍ଚିଯାଅ।।