ଗୌହାଟିରେ ଗୃହମନ୍ତ୍ରୀ ଅମିତ ଶାହ

ଗୌହାଟି,ଏଜେନ୍ସି: ଦୁଇ ଦିନିଆ ଆସାମ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ମଧ୍ୟରାତିରେ ଗୌହାଟିରେ ପହଞ୍ଚିଛନ୍ତି। ଏହି ଗସ୍ତରେ ସେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରସ୍ତୁତି କରିବେ। ଅମିତ ଶାହାଙ୍କୁ ସ୍ୱାଗତ ପାଇଁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଆସି ପହଞ୍ଚିଥିଲେ। ଏଥିସହ ୩ ହଜାରରୁ ଅଧିକ ଲୋକ ନୃତ୍ୟ କଳାକାର ଶାହାଙ୍କୁ ଅଭିବାଦନ କରିଥିବାର ଦେଖିବାକୁ ମିଳିଥିଲା। ସେପଟେ, ଆସାମରେ ଏପରି ସ୍ୱାଗତ ପରେ ଶାହ ଟୁଇଟ କରି ଆସାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ଆସାମ ଦର୍ଶନ କାର୍ଯ୍ୟକ୍ରମରେ ସେ ସାଂସ୍କୃତିକ ତଥା ପର୍ଯ୍ୟଟନ ସ୍ଥଳ ଭାବରେ ଗୌହାଟିରେ ନୂତନ ମେଡିକାଲ କଲେଜ ଓ ଆସାମରେ ପ୍ରତିଷ୍ଠା ହେବାକୁ ଥିବା ନଅଟି ଆଇନ ମହାବିଦ୍ୟାଳୟର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଆସାମରେ ପ୍ରତିଷ୍ଠିତ ହେବାକୁ ଥିବା ୧୦ଟି ଆଇନ ମହାବିଦ୍ୟାଳୟର ମୂଳଦୁଆ ପକାଇବେ।

ଏଥିସହିତ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବେ। ବୈଠକରେ ମୁଖ୍ୟ ଶାସନ ସଚିବ ତଥା ମହାନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଶାହାଙ୍କ ଗସ୍ତ ସମୟରେ କିଛି କଂଗ୍ରେସ ନେତା ବିଜେପିରେ ଯୋଗଦେବେ ବୋଲି ଆଶା କରାଯାଉଛି।

ଆସାମରେ ସରକାରୀ ତଥା ପାର୍ଟି କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶାହ ଆସନ୍ତାକାଲି ମଣିପୁର ଗସ୍ତ କରିବେ ଏବଂ ଇମ୍ପାଲ ଛାଡିବା ପୂର୍ବରୁ ସେ ଚୁରାଚାନ୍ଦପୁର ମେଡିକାଲ କଲେଜର ମୂଳଦୁଆ ପକାଇ ନାଗରିକ ସମାଜ ନେତାମାନଙ୍କୁ ଭେଟିବେ। ଏଥିସହ ରାଜ୍ୟ ସରକାରୀ ଗେଷ୍ଟ ହାଉସ, ମଣିପୁର ଭବନ, ମୁଙ୍ଗଖୋଙ୍ଗରେ ଆଇଆଇଟି ସ୍ଥାପନ କରିବେ। ଏହା ସହ ପୁଲିସ ମୁଖ୍ୟାଳୟ, ଇମ୍ଫାଲରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର୍ ସିଟିର ମଧ୍ୟ ଭିତ୍ତି ସ୍ଥାପନା କରିବେ ଶାହ।