ପଟା ବୋଝେଇ ଟାଟା ଏସି ଗାଡି ଜବତ, ୩ ଗିରଫ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବନାଞ୍ଚଳ ଅନ୍ତର୍ଗତ ପାଇକନଗର ଓ ମହାସିନ୍ଧୁ ରାସ୍ତାରେ ଗତକାଲି ରାତି ପାଖାପାଖି ସାଢ଼େ ୯ଟାରେ ରେଙ୍ଗାଳବେଡା ବନବିଭାଗ ଏକ ପଟା ବୋଝେଇ ଟାଟା ଏସି ଗାଡିକୁ ଜବତ କରିଛି। ଏଥିସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବେଆଇନ ଭାବେ ପଟା ଚାଲାଣ ହେଉଥିବା ରେଙ୍ଗାଳବେଡା ଫରେଷ୍ଟର ରମେଶ ଚନ୍ଦ୍ର ତ୍ରିପାଠୀ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଶ୍ରୀ ତ୍ରିପାଠୀ ଫରେଷ୍ଟଗାର୍ଡ ଅନସାରୀ ଟପ୍ନୋ ଓ ପାରାଷ୍ଟାଫ ସହ ପାଟ୍ରୋଲିଂରେ ବାହାରି ପଟା ବୋଝେଇ ଗାଡିକୁ ଜବତ କରିଥିଲେ। ଉକ୍ତ ଗାଡିରୁ ୨୫ ଖଣ୍ଡ କସିପଟା ଜବତ ହୋଇଛି। ସେହିପରି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଇକନଗର ଗ୍ରାମର ଅମ୍ବିକା ଅମାନ୍ତ(୨୫), ଶିବ ଦଳ ବେହେରା(୪୫) ଓ ମନୋରମା ସାହୁ(୩୮)। ଅପରପକ୍ଷରେ ଟାଟା ଏସି ଗାଡିଟି ନମ୍ବର ବିହୀନ ହୋଇଥିବା ଜଣା ପଡିଛି।