ଅମିତ ପାଲେକର ହେଲେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୋଆ ବିଧାନସଭା ନିର୍ବାଚନ ଲାଗି ଅମିତ ପାଲେକରଙ୍କୁ ଆମ ଆଦମି ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଅମିତ ପାଲେକର ପେଶାରେ ଓକିଲ ହୋଇଥିବାବେଳେ ଗତ ବର୍ଷ ଆମ ଆଦମି ପାର୍ଟିରେ ଯୋଗ ଦେଇଥିଲେ । ଅଲଡ ଗୋଆ ହେରିଟେଜ ସାଇଟରେ ଅବୈଧ ନିର୍ମାଣ ବିରୋଧରେ ଆମରଣ ଅନଶନ କରି ପାଲେକର ଚର୍ଚ୍ଚାକୁ ଆସିଥିଲେ ।