ବିଜେପିରେ ଯୋଗ ଦେଲେ ମୁଲାୟମଙ୍କ ସାନ ବୋହୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ପରିବାରରେ ବଡ଼ ଫାଟ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଛନ୍ତି । ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ମିଡିଆ ବିଭାଗ ପ୍ରଭାରୀ ଅନିଲ ବଲୁନୀଙ୍କ ଉପସ୍ଥିତିରେ ଅପର୍ଣ୍ଣା ଯାଦବ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି ଯେ, ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ପ୍ରେରିତ । ମୁଁ ଏବେ ଦେଶ ପାଇଁ କିଛି କରିବାକୁ ଚାହୁଁଛି । ମୁଁ ସର୍ବଦା ବିଜେପି ଯୋଜନା ଦ୍ୱାରା ବେଶ୍ ପ୍ରଭାବିତ ଥିଲି । ମୁଁ ପାର୍ଟିରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି ।