ୱାଶିଂଟନ,ଏଜେନ୍ସି: ଭାରତ ଓ ଚାଇନା ମଧ୍ୟରେ ଏବେ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଚାଇନାର ୫୯ଟି ଆପକୁ ବ୍ୟାନ କରିଛି। ଏ ନେଇ ଆମେରିକାର ଷ୍ଟେଟ ସେକ୍ରେଟାରୀ ମାଇକ ପୋମ୍ପିଓ, ଭାରତ ନିଜର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ବୋଲି ମତ ଦେଇଛନ୍ତି। ଏଥିସହ ଭାରତର ଏହି ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରୁଛି ବୋଲି କହିଛନ୍ତି।