ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜଧାନୀରୁ ନୂଆ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣ ଲୋକାଲ କେସ ଓ ୮ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେହିପରି ୫ଟି ଲୋକାଲ କେସ ମଧ୍ୟରେ ଖଣ୍ଡଗିରି, ଓଲ୍ଡଟାଉନ, ସାଲିଆସାହି, ନୀଳାଦ୍ରିବିହାର ଓ ଜୟଦେବ ବିହାର ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜଧାନୀରୁ ୯ ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହିତ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩୯ ଜଣ ସକ୍ରିୟ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ହୋଇଛି।