ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଆମେରିକା

ନୂଆଦିଲ୍ଲୀ,ଏଜେନ୍ସି: ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ସବୁ ଦେଶ ଲାଗିପଡ଼ିଛନ୍ତି। ଏହି ମଧ୍ୟରେ ଆମେରିକା ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଆମେରିକାର ନୌସେନା ପକ୍ଷରୁ ଜାରି ହୋଇଥିବା ଏକ ବାର୍ତ୍ତାରେ କୁହାଯାଇଛି କି ବର୍ଜିନିଆର ବାଲାପ୍ସରେ ନାସାର ଦେଖାଶୁଣାରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ନୌସେନା ଦ୍ୱାରା ବିକଶିତ ହୋଇଥିବା ଏହି ହାଇପରସୋନିମ କ୍ଷେପଣାସ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।

ଋଷ ଓ ଚାଇନା ନିକଟରେ ପୂର୍ବରୁ କ୍ଷେପଣାସ୍ତ୍ର ରହିଛି। ହାଇପରସୋନିକ କ୍ଷେପଣାସ୍ତ୍ର ପାରମ୍ପରିକ ଭାବେ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରି, ଯାହା ଶବ୍ଦ ଗତିଠାରୁ ୫ ଗୁଣ ଅଧିବ ବେଗରେ ଉଡିପାରିବ। ସାଧାରଣ ବାଲାଷ୍ଟିକ କ୍ଷେପଣାସ୍ତ୍ର ଠାରୁ ଏହା ଅଧିକ ବିକଶିତ ଓ ଆକଶରେ ସହଜରେ ଶତ୍ରୁର ଚିହ୍ନଟ କରିପାରିବ।