ମୁମ୍ବାଇର ଲାଲବାଗ ଅଞ୍ଚଳର ଏକ ୬୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ

ମୁମ୍ବାଇ,ଏଜେନ୍ସି: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲାଲବାଗ ଅଞ୍ଚଳର ୬୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ ଯାହା ୧୭ ମହଲାରୁ ୨୫ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିସମ ବିଭାଗର ଅନେକ ଗାଡ଼ି ଉପସ୍ଥିତ ଅଛନ୍ତି।

ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ଏହି ବିଲ୍ଡିଂରେ ଅନେକ ବିଜନେସ ମ୍ୟାନ ରୁହନ୍ତି। ଏହାର ନାମ ଅବିଘ୍ନ ପାର୍କ ଆପାର୍ଟମେଣ୍ଟ।