ଖାଇବା ତେଲ ଟ୍ୟାଙ୍କରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଅବକାରୀ ବିଭାଗ ଆଜି ଏକ ଖାଇବା ତେଲ ଟ୍ୟାଙ୍କରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଏକ ଖାଇବା ତେଲ ଟ୍ୟାଙ୍କର (ଡବ୍ଲୁବି-୨୯ବି-୨୫୦୧)ରେ ଗଞ୍ଜେଇ ଚାଲଣ ହେଉଥିବା ଖବର ପାଇଁ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଭୁବନେଶ୍ୱର ରସୁଲଗଡ଼ ଠାରେ ଏହି ଟ୍ୟାଙ୍କରକୁ ଅବାକରୀ ବିଭାଗ ଧରିିବା ସହ ୨ ଜଣଙ୍କୁ ଗିରଫ କରିଛି। ଟ୍ୟାଙ୍କରରୁ ୨୫୦ କେଜି ଗଞ୍ଜେଇ ଜବତ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବିହାରର ସୁନୀଲ ରଏ ଓ ଅଗିନଦେଓ ବିନ। ତେବେ କୋରାପୁଟରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି।