ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ରମ୍ପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଉଭୟ ଏବେ କ୍ୱାରେଣ୍ଟାଇନରେ ଥିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ଓ ତାଙ୍କ ପତ୍ନୀ ମେଲାନିୟା କରୋନା ଟେଷ୍ଟ କରାଇଥିଲେ। ହୋପ ହିକ୍ସ ଗତ ମଙ୍ଗଳବାର କ୍ଲୀବଲେଣ୍ଡରେ ହେବାକୁ ଥିବା ପ୍ରେସିଡେନ୍ସିଆଲ ଡିବେଟରେ ଟ୍ରମ୍ପଙ୍କ ସହ ଉପସ୍ଥିତ ଥିଲେ।