ରାଜ୍ୟରେ ୩,୬୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧୬ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୬୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୧୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୪୯୧ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ୩୩୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୬୬, କଟକରୁ ୩୫୮, ମୟୁରଭଞ୍ଜରୁ ୧୫୬, ଯାଜପୁରରୁ ୧୩୯, କେନ୍ଦ୍ରାପଡ଼ା ଓ ସୋନପୁରରରୁ ୧୨୯ ଲେଖାଏଁ, ସମ୍ବଲପୁରରୁ ୧୨୬ ଓ ନବରଙ୍ଗପୁର ଜିଲ୍ଲାରୁ ୧୧୬ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬, ନୟାଗଡ଼ରୁ ୩, କଟକ ଓ ବାଲେଶ୍ୱରରୁ ୨ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି ଓ ବରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩ଲକ୍ଷ ୪୮ ହଜାର ୮୬୧ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୨୬ ହଜାର ୩୩୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୯୦ ହଜାର ୮୦ଜଣ ସୁସ୍ଥ ହୋଇଛନ୍ତି, ୮୭୫ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫ ହଜାର ୩୨୬ ଜଣ ଚିକିତ୍ସିତ ହେଉଛନ୍ତି।