ମାର୍ଚ୍ଚ ୧୯ରେ ଭାରତ ଆସିବେ ଆମେରିକା ରକ୍ଷା ସଚିବ

ନୂଆଦିଲ୍ଲୀ,ଏଜେନ୍ସି: ଏଲଏସିରେ ଚୀସ ସହିତ ସଂଘର୍ଷ ଜାରି ରହିଛି। ଏହି ମଧ୍ୟରେ ମାର୍ଚ୍ଚ ୧୯ ତାରିଖରେ ଆମେରିକାର ରକ୍ଷା ସଚିବ ଲୟଡ ଜେ.ଅଷ୍ଟିନ୍ ଭାରତ ଆସୁଛନ୍ତି। ବାଇଡେନଙ୍କ ପ୍ରଶାସନରେ ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ। ଆମେରିକାର ରକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆମେରିକାର ରକ୍ଷା ସଚିବ ଚଳିତ ମାସ ୧୯ ତାରିଖରେ ଭାରତରେ ପହଞ୍ଚିବେ। ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଭାରତରେ ରହିବେ। ଏହି ଗସ୍ତରେ ଲୟଡ ଜେ.ଅଷ୍ଟିନ୍ ନିଜର ସମକକ୍ଷ ରାଜନାଥ ସିଂହ ଓ ରାଷ୍ଟ୍ରର ସୁରକ୍ଷା ସହିତ ଜଡିତ ଥିବା ମୁଖିଆଙ୍କୁ ଭେଟିବେ। ଏହି ପରିପ୍ରେକ୍ଷୀରେ ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା-ଭାଗିଦାରୀକୁ ମଜଭୁତ କରିବା ସହିତ ଏକ ସ୍ୱତନ୍ତ୍ର, ସମୃଦ୍ଧ ଓ ଖୋଲା ଇଣ୍ଡୋ ପେସିଫିକ୍ କ୍ଷେତ୍ର ଓ ପଶ୍ଚିମ ହିନ୍ଦ ମହାସାଗର ଉପରେ ଆଲୋଚନା ହେବ।
ଲୟଡ ଜେ.ଅଷ୍ଟିନଙ୍କ ଭାରତ ଆସିବା ଟୁଇଟକୁ ନେଇ ଲେଖିଛନ୍ତି, ସେ ମଧ୍ୟ ତାଙ୍କର ଅପେକ୍ଷାରେ ଅଛନ୍ତି।