୧୯ ଖଣ୍ଡ ମୌଜାକୁ ଆମ୍ବୁଲାନ୍ସ ଦାବି

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ୧୯ ଖଣ୍ଡ ମୌଜାକୁ ଏକ ଆମ୍ବୁଲାନ୍ସ ଯୋଗାଇଦେବାପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନିକଟରେ ସ୍ଥାନୀୟଲୋକେ ଦାବି କରିଛନ୍ତି। ସେମାନେ କହିଛନ୍ତି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ୧୯ ଖଣ୍ଡମୌଜା ଅବସ୍ଥିତ। ଏଠାରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଆମ୍ବୁଲାନ୍ସ ଆସିବା ପାଇଁ ବହୁ ସମୟ ଲାଗିଥାଏ। ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନେକ ସମୟରେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କ ପ୍ରାଣହାନୀ ମଧ୍ୟ ହେଉଛି। ତେଣୁ ଏଠାକାର ଲୋକଙ୍କ ସୁବିଧା ପାଇଁ ୧୯ ଖଣ୍ଡ ମୌଜାରେ ହିଁ ଏକ ଆମ୍ବୁôଲାନ୍ସ ନିୟୋଜିତ କରାଯାଉ ବୋଲି ଲୋକେ ଦାବି କରିଛନ୍ତି। ଏଠାରେ ଏକ ଆମ୍ବୁଲାନ୍ସ ରହିଲେ ଲୋକେ ଅବିଳମ୍ବେ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ପାଇପାରିବେ।