ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଠାରେ ସଚେତନ ନାଗରିକ ମଞ୍ଚପକ୍ଷରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଛି। ଏହି ଅବସରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବବନ ସିଂ, ଲୀନା ମହାନ୍ତି, ଦୟାସାଗର ପ୍ରଧାନ, ଚଞ୍ଚଳା ଭଏଁସାଲଙ୍କୁ ସମ୍ମାନିତ କରାଯାଇଛି। ଏହାସହ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସୁବାସ ପ୍ରଧାନ ଯୋଗଦେଇ କହିଛନ୍ତି ରୋଗୀର ସୁସ୍ଥତା ବହୁ ମାତ୍ରାରେ ପ୍ରାଥମିକ ଚିକିତ୍ସା ଉପରେ ନିର୍ଭର କରେ। ପ୍ରାଥମିକ ଚିକିତ୍ସା ସଠିକ ଭାବରେ କରାଯାଇଥିଲେ ଆଶୁ ଆରୋଗ୍ୟ ଶୀଘ୍ର ଲାଭ ହୋଇପାରେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରାଥମିକ ଚିକିତ୍ସାର ପଦ୍ଧତି ଜାଣିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସାମାନ୍ୟ ଦୁର୍ଘଟଣା ବା କୌଣସି ଅଘଟଣ ହେଲେ ପୀଡିତଲୋକ ବା ରୋଗୀଙ୍କୁ ସାମାନ୍ୟ ଉପଚାର କରି ଚିକିତ୍ସାଳୟକୁ ଅଣାଯାଇ ପାରିବ। ଯାହାଫଳରେ ତାଙ୍କର ବହୁ ମୂଲ୍ୟ ଜୀବନ ରକ୍ଷା ପାଇପାରିବ। ଏହି ଅବସରରେ ସୌମ୍ୟରଞ୍ଜନ ସାହୁ, ଆନନ୍ଦ ମହାକୁଡ଼, ରମାକାନ୍ତ ମଲ୍ଲିକ, ଶଶିଭୂଷଣ ପାତ୍ର, ଅଭିମନ୍ୟୁ ସା ପ୍ରମୁଖ ଉପସ୍ଥିତ ଥିଲେ।