ରୋଗୀ ଆଣିବାକୁ ଯାଇ କାଦୁଅ ରାସ୍ତାରେ ଫସିଲା ଆମ୍ବୁଲାନ୍ସ 

  • ପାଟଣା, ଏନଏନଏସ: ଗାଁ ବିକାଶର ନଗ୍ନଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ। ଗ୍ରାମକୁ ରୋଗୀ ଆଣିବାକୁ ଯାଇ ୧୦୮ ଆମ୍ବୁଲାନ୍ସ କାଦୁଅରେ ଫସିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବାଲିବନ୍ଧ ଗ୍ରାମର ଜୟଶ୍ରୀ ଦାସଙ୍କ ଶରୀର ଅସୁସ୍ଥ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗ୍ରାମର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି କାଦୁଅରେ ଫସିଯାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ୪ଘଣ୍ଟା ପରେ ଏକ ଟ୍ରାକ୍ଟର୍ ଯୋଗେ ଆମ୍ବୁଲାନ୍ସକୁ କାଦୁଅରୁ ବାହାର କରାଯାଇଥିଲା। ପରେ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ବାଲିବନ୍ଧ ଗ୍ରାମ ରାସ୍ତାକୁ ପକ୍କା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।