ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ଆଳି, ଏନ୍ଏନ୍ଏସ୍: ଆଜି ଅପରାହ୍ନରେ ଆଳି ଥାନା ଅନ୍ତର୍ଗତ ବାଳକାଟି ନିକଟରେ ଥିବା ଖରସ୍ରୋତା ସେତୁ ଉପରୁ ଜଣେ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ଆଳି ଥାନା ଲୋକାପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଝିଅ ଲିପିକା ପଣ୍ଡା (୧୯)ବାଳକାଟି ନିକଟରେ ଥିବା ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ। ସେତୁ ନିକଟରେ ଥିବା ସ୍ଥାନୀୟ ଯୁବକମାନେ ସଙ୍ଗେ ସଙ୍ଗେ ନଦୀକୂଳକୁ ଯାଇ କିଏ ବୁଡିଗଲା ବୋଲି ଚିତ୍କାର କରିବା ପରେ ଉଦ୍ଧାର ନିମନ୍ତେ ଡ଼ଙ୍ଗା ନେଇ ନଦୀ ମଧ୍ୟକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରି କୁଳକୁ ଆଣିଥିଲେ । ୧୦୮ କୁ ଖବର ଦେଇଥିବା ବେଳେ ତାହା ବିଳମ୍ୱ ହେବାରୁ ଏକ ଅଟୋରେ ଆଳି ମେଡିକାଲ ନେଇ ଆସିଥିଲେ। ହେଲେ ମେଡିକାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଳି ଥାନା ଏସଆଇ ମମତା ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।