ଜନଶୁଣାଣୀ କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ପିନ୍ଧିବେ ସୋନପୁରୀ/ ସମ୍ବଲପୁରୀ ବସ୍ତ୍ର

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୋନପୁରୀ /ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି । ପ୍ରତି ସୋମବାର ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନଶୁଣାଣୀରେ ସମସ୍ତ ଅଧିକାରୀ ସୋନପୁରୀ /ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ସ୍ଥିର କରାଯାଇଛି । ଆସନ୍ତାକାଲିଠୁ ହେବାକୁ ଥିବା ଜନଶୁଣାଣୀରେ ସମସ୍ତ ଅଧିକାରୀଙ୍କୁ ଏହାକୁ ପାଳନ କରିବାକୁ କୁହାଯାଇଛି । ଫଳରେ ହସ୍ତତନ୍ତ ବସ୍ତ୍ରର ଚାହିଦା ଆହୁରି ବୃଦ୍ଧି ପାଇବ । ଏହାଦ୍ୱାରା ବୁଣାକାରଙ୍କ ଆର୍ôଥକ ଅଭିବୃଦ୍ଧି ହେବାସହ ହସ୍ତତନ୍ତ ବସ୍ତ୍ରକୁ ପ୍ରୋତ୍ସାହନ ମିଳିିବ ।