ମୋଦୀଙ୍କ ସହ ହିନ୍ଦୀରେ କଥା ହେଲା ଜାପାନୀ ପିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି । ଜାପାନ ପହଞ୍ଚିବା ପରେ ପ୍ରବାସୀ ଭାରତୀୟଙ୍କ ସହ ଜାପାନୀ ନାଗରିକ ମୋଦୀଙ୍କର ଭବ୍ୟ ସ୍ୱାଗତ କରିଛନ୍ତି । ଏହି ସମୟରେ ଜାପାନର ଜଣେ ପିଲା ମୋଦୀଙ୍କ ସହ ହିନ୍ଦୀରେ କଥା ହୋଇଥିବା ଜଣାପଡ଼ିଛି । ଜାପାନୀ ପିଲା ହିନ୍ଦୀରେ କଥା ହେଉଥିବାରୁ ମୋଦୀ ଖୁବ୍ ପ୍ରଭାବିତ ହୋଇଥିଲେ । ମୋଦୀ ଚକିତ ହୋଇ ହିନ୍ଦୀ ଭାଷା କେଉଁଠୁ ଶିଖିଲ ବୋଲି ଉକ୍ତ ଜାପାନୀ ପିଲାକୁ ପଚାରିଥିଲେ । ମୋଦୀ ସେଠାରେ ଉପସ୍ଥିତ ଥିବା ସମସ୍ତ ଜାପାନୀ ପିଲାଙ୍କୁ ଆଶୀର୍ବାଦ ସହ ଅଟୋଗ୍ରାଫ ଦେଇଥିଲେ ।

ସୂଚନାଯୋଗ୍ୟ, ପୂର୍ବ ଯୋଜନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪ଟାରେ ଜାପାନରେ ରହୁଥିବା ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ ।