ଆଲିଆ ଭଟ୍ଟ ବ୍ଲେଣ୍ଡର୍ସ ପ୍ରାଇଡର ବ୍ରାଣ୍ଡ ଆମ୍ବାସାଡାର

ମୁମ୍ବାଇ,ଏଜେନ୍ସି: ବ୍ଲେଣ୍ଡର୍ସ ପ୍ରାଇଡ୍ ଆଲିଆ ଭଟ୍ଟଙ୍କୁ କ୍ୟାମ୍ପେନିଂ ଫିଲ୍ମ ‘‘ମେଡ ଅଫ ପ୍ରାଇଡ୍‌’’ ପାଇଁ ବ୍ରାଣ୍ଡ୍ ଭାବରେ ଚିହ୍ନିତ କରିଛି। ଏଥିରେ ଆଲିଆ ଭଟ୍ଟଙ୍କର କଦାପି ହାର ନମାନିବାର ପ୍ରେରଣାକୁ ଉପସ୍ଥାପିତ କରାଯାଇଛି। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ମାନଙ୍କୁ ଏକ ସକାରାତ୍ମକ ଭାବନାର ବାର୍ତ୍ତା ପ୍ରଦାନ କରାଯାଇଛି। ଏହି ୩୬୦ ଡିଗ୍ରୀ ଇଣ୍ଟିଗ୍ରେଟେଡ୍ କ୍ୟାମ୍ପେନକୁ ଟିଭି, ଡିଜିଟାଲ୍‌, ପ୍ରିଣ୍ଟ ଏବଂ ଓଓଏଚ୍ ମାଧ୍ୟମରେ ପ୍ରର୍ଦଶିତ କରାଯିବ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, କାର୍ତିକ ମୋହିନ୍ଦ୍ରା, ଚିଫ୍ ମାର୍କେଟିଂ ଅଫିସର, ପର୍ଣ୍ଣଡ ରିକାର୍ଡ଼ ଇଣ୍ଡିଆ କହିଛନ୍ତି ଯେ, ‘‘ଆଲିଆ ଭଟ୍ଟ ହେଉଛନ୍ତି ଆଜିର ଯୁବପୀଢ଼ିଙ୍କ ପାଇଁ ଏକ ଜଣାଶୁଣା ଲୋକପ୍ରିୟ ଚେହେରା ଓ ବ୍ଲେଣ୍ଡର୍ସ ପ୍ରାଇଡ୍ର ନୂତନ ଆମ୍ବାସଡର ଭାବରେ ଏକ ସର୍ବୋତମ ପସନ୍ଦ। ଏଥିରେ ଆଲିଆଙ୍କର ଯୁବପୀଢ଼ିଙ୍କ ପାଇଁ ନୂତନ ବାର୍ତ୍ତା ପଦ୍ରାନ କରାଯାଇଛି।