କିଶାନ କଂଗ୍ରେସ ତରଫରୁ ଅକ୍ଷୟ ତୃତୀୟା ପାଳନ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ଜିଲ୍ଲା କିଶାନ କଂଗ୍ରେସ ବଲାଙ୍ଗିର ତରଫରୁ ଅକ୍ଷୟ ତୃତୀୟା ଉତ୍ôସବ ପାଳନ କରାଯାଇଛି । ଏହି ଅବସରେର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକସ୍ଥିତ ଚିକଲବାହାଲ ଗ୍ରାମ ପଂଚାୟତର ଫଟକରା ଗାଁରେ ଅଖିମୁଠି ଅନୁକୂଳ କରି ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ମତବ୍ୟକ୍ତ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ସରକାର ଚାଷୀଙ୍କୁ କେତେବେଳେ ୨ହଜାର ତ ପୁଣି କେତେବେଳେ ୪ହଜାର ଟଙ୍କା ଦେଉଛନ୍ତି । ସରକାର ଚାଷୀଙ୍କୁ ସାମୟିକ ଭାବରେ ଖୁସି ନ କରି ତା’ ଅମଳର ପ୍ରକୃତ ସବର୍ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କଲେ ଯାଇ ଚାଷୀ ଖୁସିରେ ରହିବେ ।

ସେହିପରି କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ବେହେରା, ରାଜ୍ୟ କିଶାନ କଂଗ୍ରେସ ସମ୍ପାଦକ ସରୋଜ ରଥ ପ୍ରମୁଖ ଜମିରେ ଧାନବୁଣି ଅଖିମୁଠି ଅନୁକୁଳ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କୃତି ଚାଷୀଙ୍କୁ ଜିଲ୍ଲା କିଶାନ କଂଗ୍ରେସ ତରଫରୁ ମାନପତ୍ର ଉପଢ଼ୌକନ ମୁଖ୍ୟଅତିଥି ଶ୍ରୀ ମିଶ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଧର ବାରିକ, ନାରୀନେତ୍ରୀ ନୀଳେଦ୍ରି ସେଠ, ଜୁଲୁ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା ଓ ଭରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।