ନେପାଳର ସୁପ୍ରସିଦ୍ଧ ପବରେ ରାହୁଲଙ୍କ ପାର୍ଟି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ସମୟରେ ନେପାଳ ଗସ୍ତରେ ଅଛନ୍ତି । ରାହୁଲ ତାଙ୍କର ଜଣେ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି । ଇତିମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଉକ୍ତ ଭିଡିଓରେ କାଠମାଣ୍ଡୁର ପ୍ରସିଦ୍ଧ ପବ୍ ‘ଲର୍ଡ ଅଫ୍ ଦି ଡ୍ରିଙ୍କସ’ରେ ରାହୁଲ ନଜର ଆସୁଛନ୍ତି । ଏହାର ବ୍ୟାକଗ୍ରାଉଣ୍ଡରେ ଲୋକେ ଲାଉଡ ମ୍ୟୁଜିକରେ ନାଚୁଛନ୍ତି । ଆଉ ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଛି ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୫ ଦିନିଆ ବ୍ୟକ୍ତିଗତ ଯାତ୍ରା ଲାଗି ସୋମବାର ନେପାଳରେ ପହଂଚିଛନ୍ତି । ଏହି ସମୟରେ ସେ କିଛି ପର୍ଯ୍ୟଟନ ସ୍ଥଳୀ ବି ଭ୍ରମଣ କରିପାରନ୍ତି । ରାହୁଲ ତାଙ୍କ ସାମ୍ବାଦିକ ବନ୍ଧୁ ସୁମନିମା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି ।