ଯୋଧପୁର ହିଂସା: ୧୦ଟି ଥାନା କ୍ଷେତ୍ରରେ କର୍ଫ୍ୟୁ ଜାରି

ଜୟପୁର: ରାଜସ୍ଥାନର ଯୋଧପୁରରେ ଇଦ ନମାଜ ପରେ ସୃଷ୍ଟି ହୋଇଥିବା ହିସାଂ ଯୋଗୁ ୧୦ଟି ଥାନା କ୍ଷେତ୍ରରେ କର୍ଫ୍ୟୁ ଜାରି କରାଯାଇଛି । ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଲାଇଛି । ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ ଓ ଯୋଧପୁର ପ୍ରଭାରୀ ସୁଭାଷ ଗର୍ଗ ଓ ଏଡିଜି ଲୋ ଏଣ୍ଡ ଅର୍ଡର ହବା ସିଂହ ଘୁମରିୟାଙ୍କୁ ସ୍ଥିତିକୁ ଦୃଷ୍ଟିରେ ରଖି ହେଲିକପ୍ଟରରେ ଯୋଧପୁର ଯିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଯୋଧପୁରରେ ଇଦ ନମାଜ ପାଠ ପରେ ପତାକା ଲଗାଇବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ବିବାଦ ସୋମବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିଲା । ଅଳ୍ପସଂଖ୍ୟକ ସମୁଦାୟର କିଛି ସଦସ୍ୟ ଇଦ ଅବସରରେ ଜଲୋରୀ ଗେଟ ପାଖରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଳମୁକୁନ୍ଦା ବିସାଙ୍କ ପ୍ରତିମାରେ ଧାର୍ମିକ ପତାକା ଲଗାଇଥିଲେ । ଏହାକୁ ହିନ୍ଦୁ ସମୁଦାୟର ଲୋକ ବିରୋଧ କରିଥିଲେ ।