କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି। କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଛାତ୍ର ନେତା ତଥା ଭବାନିପାଟଣା ସରକାରୀ ସ୍ଵଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ କୁମାର ସାହୁଙ୍କୁ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବେ ପୁନର୍ବାର ଦାୟିତ୍ଵ ଦିଆଯାଇଛି।
ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଆଜି ନୂତନ କର୍ମକର୍ତ୍ତାଙ୍କ ନାମ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି। ଅଜିତ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ୍ ଜମୁନାପୁର ଗାଁର ସନ୍ତାନ, ସେ ୨୦୧୭-୧୮ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଓ ପରେ ୨୦୨୦ ରୁ ସେ କଳାହାଣ୍ଡି ଛାତ୍ର ବିଜେଡ଼ି ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି।
ପୁଣି ଥରେ ତାଙ୍କୁ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଭାବେ ଦାୟିତ୍ଵ ମିଳି ଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ , ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଓ ସମସ୍ତ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।