ୟେ ଭାରତ କା ତ୍ରିରଙ୍ଗା ହେ, କଭି ଝୁକେଗା ନେହିଁ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରହିଛନ୍ତି । ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ଅଲ୍ଲୁ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହ ନ୍ୟୁୟର୍କରେ ଇଣ୍ଡିଆ ଡେ ପରେଡରେ ସାମିଲ ହୋଇଥିଲେ । ଅଲ୍ଲୁଙ୍କୁ ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଉକ୍ତ ଭିଡିଓରେ ଅଲ୍ଲୁ ଅର୍ଜୁନ ତ୍ରିରଙ୍ଗା ହାତରେ ଧରି ପୁଷ୍ପା ଷ୍ଟାଇଲରେ ‘ୟେ ଭାରତ କା ତ୍ରିରଙ୍ଗା ହେ, କଭି ଝୁକେଗା ନେହିଁ’ କହିଛନ୍ତି । ଅଲ୍ଲୁଙ୍କଠାରୁ ଷୁଷ୍ପା ଷ୍ଟାଇଲରେ ଏହି ଡାୟଲୋଗ ଶୁଣି ସେଠାରେ ଉପସ୍ଥିତ ଥିବା ଲୋକ ତାଳି ମାରିବା ସହ ସିଟି ବଜାଇଥିଲେ । ନ୍ୟୁୟର୍କରେ ଅଲ୍ଲୁଙ୍କୁ ‘ମାର୍ଶଲ’ ଉପାଧିରେ ସମ୍ମାନିତ କରାଯାଇଛି ।